Do you know Cold drink

 ମୃଦୁ ପାନୀୟ (Cold Drink) ମନୁଷ୍ୟ ଶରୀର ପାଇଁ ଅତ୍ଯନ୍ତ କ୍ଷତିକାରକ…


ଆପଣ ଜାଣନ୍ତି କି ?

ଆମ ଦେଶରେ ୬୫% ଲୋକ ୩୫ ବର୍ଷରୁ କମ୍ ବୟସର ଅଟନ୍ତି ପୃଥିବୀରେ ଏମିତି ଗୋଟିଏ ଦେଶ ଅଛି ଯେଉଁଠି ଯୁବଶକ୍ତି ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ସେଇ ଦେଶ ହେଲା ଆମ ଭାରତ l କିନ୍ତୁ ଆଜିର ଯୁବଶକ୍ତି ଏକ ବହୁତ ବଡ଼ ସ୍ୱାସ୍ଥ୍ୟ ସଙ୍କଟକୁ ଜାଣିଶୁଣି ଗତି କରୁଥିବାର ଦେଖିବାକୁ ମିଳୁଛି l 


ଅଳ୍ପ ବୟସରେ କେଶ ଝଡ଼ୁଛି ଓ ପାଚିଯାଉଛି l

କେଶ ଝଡ଼ିବା ଓ ପାଚିବା ବୃଦ୍ଧ କାଳରେ ସାଧାରଣତଃ ହୋଇଥାଏ କିନ୍ତୁ ଆଜିର ଯୁବକ ସହଜରେ କାହିଁକି ବୁଢା ହେଇଯାଉଛି ଆଜିର ସ୍ୱାସ୍ଥ୍ୟ କଥାରେ ଆମେ ଏହି ବିଷୟ ଉପରେ ଆଲୋକପାତ କରିବାକୁ ଯାଉଛୁ l


ଯଦି ଆପଣଙ୍କୁ ଅଙ୍ଗାରକାମ୍ଳ ମିଶାଯୁକ୍ତ ପାଣି ପିଇବା ପାଇଁ କୁହାଯାଏ ତାହେଲେ ଆପଣ ପିଇବେ କି ?

ଆପଣ କହିବେ ନାଁ, କାରଣ ଅଙ୍ଗାରକାମ୍ଳକୁ ଶରୀର ଗ୍ରହଣ କରେନାହିଁ, କେବଳ ଅମ୍ଳଜାନ ଯୁକ୍ତ ଜିନିଷକୁ ଶରୀର ଗ୍ରହଣ କରିଥାଏ l ଗତ କିଛି ଦଶନ୍ଧି ଧରି ଏମିତି ଅଙ୍ଗାରକାମ୍ଳ ଯୁକ୍ତ ପାଣି ଆମ ଦେଶରେ ଗାଈ କ୍ଷୀର ଠାରୁ ମଧ୍ୟ ଅଧିକ ଦାମରେ ବିକ୍ରି ହେଉଛି, ଆଉ ଏ ଦେଶର ବୁଦ୍ଧିମାନ ଜନତା ଅତି ଉତ୍ସାହର ସହ ପାନ କରୁଛନ୍ତି l


ଆଜିର ଯୁବଶକ୍ତି ଅଜଣା ଚାଉଳର ଭାତ ଖାଉଛନ୍ତି କିଛି ଜଣା ପଡୁନାହିଁ l ଭାଇ ଓ ଭଉଣୀମାନେ ଯେଉଁ ଜିନିଷ ଗ୍ରହଣ କରିବା ପାଇଁ ଶରୀର ଅସ୍ବୀକାର କରୁଛି କାହିଁକି ଜୋର ଜବରଦସ୍ତ ଶରୀର ଭିତରକୁ ନେଉଛନ୍ତି l ଏହା କେମିତି ପ୍ରକାର Style ନିଜର ସର୍ବନାଶ ନିଜେ କରୁଛନ୍ତି “ଥଣ୍ଡା ପାନୀୟ Cold Drink କିନ୍ତୁ ବାସ୍ତବିକ ଜିନିଷ ହେଲା ଏହା ଆପଣଙ୍କ ପାଟିରୁ ପେଟ ଯାଏଁ ତୁମେ ଏସିଡ ମାଡ କରି ଶରୀର ପ୍ରତିରୋଧ ଶକ୍ତିକୁ ଶୂନ୍ୟ କରୁଛନ୍ତି l


👇ଆସନ୍ତୁ ଜାଣିବା ଏଥିରେ ଥିବା ତତ୍ବ ବିଷୟରେ👇


୧- କେଫିନ ୨- ଅଙ୍ଗାରକାମ୍ଳ ୩- ଫୋସ୍ଫୋରିକ ଅମ୍ଳ ୪- ଫିଉମାରିକ ଅମ୍ଳ ୫- ଗ୍ଲୁକନିକ ଅମ୍ଳ ୬- ଅସ୍ପର୍ଟେମ ଶାଖାରିନ (ଆସିସଲଫେନ ଭଳି କୃତିମ ମିଠା) ୭- ଅଧିକ ଚିନି ୮- କୀଟନାଶକ ୯- ଅପରିଷ୍କାର ପାଣି ୧୦- ବେନଜୋଇକ ଏସିଡ ଓ ସଲଫର ଡ଼ାଈଅକ୍ସାଇଡ ଇତ୍ୟାଦି …


👇କଣ କଣ କ୍ଷତି କରେ👇


୧- ପ୍ରତ୍ୟକ ମଣିଷ ଫ୍ରିଜର କୌଣସି ଜିନିଷ ଯେତେବେଳେ ବ୍ୟବହାର କରିଥାଏ ପ୍ରଥମେ ତାର ପ୍ରତିରୋଧ ଶକ୍ତି କମି ଯାଇ ଶରୀରରେ ପିତ୍ତକୁ ପ୍ରଥମେ ଅନିୟନ୍ତ୍ରିତ କରିବା ଆରମ୍ଭ କରିଦିଏ l ଏହା ଯୋଗୁଁ ପେଟ ସଫା ନହେବା, ଗ୍ୟାସ, ଓଜନ ବଢିବା ଆଦି ସମସ୍ୟା ଦେଖାଯାଇ ଥାଏ l


୨- ୪ ଡିଗ୍ରୀ ସେଲସିୟସ ରୁ କମ ତାପମାତ୍ରା ବିଶିଷ୍ଟ ଜିନିଷ ସେବନ କଲେ ବ୍ରେନ ହେମ୍ରଜେ, ହୃତଘାତ, ପରଲିସିସ୍ ଆଦି ରୋଗ ହେବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ l


୩- Cold Drink ରେ ଥିବା ଫୋସ୍ଫୋରିକ ଅମ୍ଳ ଯୋଗୁଁ ହାଡ଼ ଓ ଦାନ୍ତ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ l


୪- Cold Drink ରେ କ୍ଲୋରୋପ୍ୟରିଫସ ଭଳି କୀଟନାଶକ, କୃତିମ ମିଠା କରୁଥିବା କେମିକାଲ ଥିବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ବଢ଼ିଯାଇ ଥାଏ l


୫- ଅତ୍ୟଧିକ ଅମ୍ଳ ଯୋଗୁଁ ପେଟରେ ଘା, ଅର୍ଶ, କିଡନୀ ସମସ୍ୟା, ମଧୁମେୟ, BP ଆଦି ଦେଖାଯାଇ ଥାଏ l


୬- ଗୋଟିଏ ଲୋକ ଦିନକୁ ୧୦ ଚାମଚରୁ ଅଧିକ ଚିନି ଖାଇବା କଥା ନୁହଁ ହେଲେ ଗୋଟିଏ Cold Drink ଯେତେବେଳେ ଜଣେ ପିଏ ସେ ଆବଶ୍ୟକତା ଠାରୁ ଅଧିକ ଚିନି ପିଇ ନିଜକୁ ବିପତ୍ତି ଆଡକୁ ନେଇ ଯାଇଥାଏ l ଅମିତାଭ ବଚ୍ଚନ ଅଧିକ Cold Drink ପିଉଥିବାରୁ ତାଙ୍କ ବୃହତନ୍ତ୍ର ପଚି ସଢ଼ି ଯାଇଥିଲା, ଦୀର୍ଘ ୭ ଘଣ୍ଟା ଅପରେସନ ହେଲା ପରେ ସେ ସୁସ୍ଥ ହେଲେ 

Comments

Popular posts from this blog

B ed 1st Year Class 2023